logo

ସାଇ ଡିଗ୍ରୀ କଲେଜ ପଦାର୍ଥ ବିଜ୍ଞାନ ବିଭାଗର ଆଲୋଚନା ଚକ୍ର

ODISHA; ମୟୂରଭଞ୍ଜ/ବାରିପଦା (DLH KHABAR) - ବାରିପଦା ସ୍ଥିତ ସାଇଡିଗ୍ରୀ କଲେଜରେ ପଦାର୍ଥ ବିଜ୍ଞାନ ବିଭାଗ ତରଫରୁ “ନାନୋ ଟେକ୍ନୋଲୋଜି- ପାଷ୍ଟ୍‌, ପ୍ରେଜେଣ୍ଟ ଏଣ୍ଡ ଇଟ୍‌ସ୍ ଫ୍ୟୁଚର” ଶିର୍ଷକ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ପଦାର୍ଥ ବିଜ୍ଞାନ ବିଭାଗ ଆସୋସିଏଟ୍ ପ୍ରଫେସର ଡ. ପ୍ରିୟଦର୍ଶିନୀ ସଂଘମିତ୍ରା ସାହୁ ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ନାନୋ ଟେକ୍ନୋଲୋଜି ସମ୍ପର୍କରେ ବିଶେଷଭାବେ ଆଲୋକପାତ କରିଥିଲେ ମୁଖ୍ୟ ଅତିଥି। ଆଲୋଚନା ଚକ୍ରରେ ନିଜର ସନ୍ଧର୍ଭପାଠ କରିଥିଲେ ସୀମାନ୍ତ ଇଞ୍ଜିନିୟରିଂ ମହାବିଦ୍ୟାଳୟର ପ୍ରାଧ୍ୟାପକ ପ୍ରଫେସର ଡ. ଅଜିତ୍ କୁମାର ସାହୁ । ବାରିପଦା ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟାପକ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ମହାନ୍ତି ସମ୍ମାନିତ ଅତିଥି ଭାବେ ଯୋଗଦେଇ ଛାତ୍ର ଛାତ୍ରୀଙ୍କୁ ଉଦ୍‌ବୋଧନ ଦେଇଥିଲେ। ଅନୁଷ୍ଠାନର ନିଦ୍ଦେର୍ଶକ ଅମିୟ ଶଙ୍କର ସାହୁ ଛାତ୍ର ଛାତ୍ରୀ ମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିବା ସହ ସେମିନାର ଆୟୋଜନ ମାଧ୍ୟମରେ ଶିକ୍ଷା ଆୟତନର ପରିବେଶକୁ ସୁଦୃଢ କରିହେବ ବୋଲି ମତବ୍ୟକ୍ତ କରିଥିଲେ। ଏହାର ପ୍ରାରମ୍ଭରେ ଅନୁଷ୍ଠାନର ଅଧ୍ୟକ୍ଷ ଡ. ରଣଜିତ୍ କୁମାର ସାହୁ ସ୍ୱାଗତ ସମ୍ବର୍ଦ୍ଧନା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ। ମୋନାଲିସା ପଢିହାରୀ, ରୁପାଲି ମହାନ୍ତ, ରଞ୍ଜିତା ପଣ୍ଡା, ରୁପା ଗୌର, ଅର୍ପିତା ଲୋପାମୁଦ୍ରା ମହାନ୍ତ, ଜ୍ଞାନ ରଞ୍ଜନ ବାରିକ ଓ ଦିପଙ୍କର କୁମାର ମୁର୍ମୁ ସେମାନଙ୍କର ବହୁମୂଲ୍ୟ ସୁରଚିତ ମତବ୍ୟକ୍ତ ପ୍ରଦାନ କରିଥିଲେ, ଯାହାକି ପ୍ରେରଣାର ଉତ୍ସ ହୋଇ ରହିବ। କାର୍ଯ୍ୟକ୍ରମର ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ଅନୁଷ୍ଠାନର ଉପାଧ୍ୟକ୍ଷ ଅମୀୟ ରଞ୍ଜନ ତ୍ରିପାଠୀ। କାର୍ଯ୍ୟକ୍ରମକୁ ଅନୁଷ୍ଠାନର ଶୁଭଶ୍ରୀ ବେହେରା, ଅମର ନାଥ ଦାସ, ତାରାକାନ୍ତ ଦାଶ୍‌, ଛାତ୍ର ଛାତ୍ରୀ ମାନେ ସୁଚାରୁ ରୂପେ ପରିଚାଳନା କରିଥିଲେ।

15
1718 views